ବଲାଙ୍ଗୀରରେ ପୋଲିସ୍ ଦ୍ୱାରା ୫ ଜଣିଆ ଏକ ଡକାୟତ ଦଳର ସଦସ୍ୟ ଗିରଫ, ବହୁ ସାମଗ୍ରୀ ଜବତ୍ ‌!


(୦୯/୧୦) ବଲାଙ୍ଗୀର ଏସଡିପିଓ ଶ୍ରୀମନ୍ତ ବାରିକଙ୍କ ମାର୍ଗ ଦର୍ଶନରେ ଦେଓଗାଁ ଥ।ନାର ଭାରପ୍ରାପ୍ତ ଅଧିକାରୀ ରଞ୍ଜନ ଧରୁଆଙ୍କ ନେତୃତ୍ୱରେ ଏ ଅଂଚଳରେ ଡକାୟତି କରୁଥିବା ଏକ ୫ ଜଣିଆ ଦଳକୁ ପୋଲିସ୍ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କଠାରୁ ଅପରାଧ କରିବାରେ ବ୍ୟବହୃତ କରିଥିବା ମୋବାଇଲ ଫୋନ ଓ ମୋଟର ସାଇକେଲ ଜବତ କରିଥିବା ସୂଚନା ମିଳିଛି । ପୋଲିସ୍ ପକ୍ଷରୁ ଦିଆ ଯାଇଥିବା ସୂଚନାନୁଯାୟୀ ଏକ ମାଇକ୍ରୋ ଫାଇନାନ୍ସ କମ୍ପାନୀରେ ଫିଲ୍ଡ ଅଫିସର ଭାବେ କାର୍ଯ୍ୟ କରୁଥିବା ବିଜୟ କୁମାର ବାରିକ ଗତ ଜୁଲାଇ ୧୩ ତାରିଖ ଦିନ ୩୦,୨୩୦ ଟଙ୍କା ବିଭିନ୍ନ ଗାଁରେ ଥିବା ଗ୍ରୁପ ସଦସ୍ୟଙ୍କଠାରୁ ସଂଗ୍ରହ କରି ଫେରୁଥିବାବେଳେ ଲୁଟର ଶୀକାର ହୋଇଥିଲେ । ଲୁଟେରାମାନେ ତାଙ୍କୁ ଲାଠି ସାହାଯ୍ୟରେ ଆକ୍ରମଣ କରି ତାଙ୍କଠୁ ଟଙ୍କା, ମୋବାଇଲ ଫୋନ୍ ସମେତ ଅନ୍ୟାନ୍ୟ କାଗଜପତ୍ର ନେଇ ଜଙ୍ଗଲ ଭିତରକୁ ଫେରାର୍ ହୋଇଯାଇଥିଲେ । ଘଟଣା ସମ୍ପର୍କରେ ଦେଓଗାଁ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । ଆଖପାଖ ଗାଁରେ ରହୁଥିବା ସନ୍ଦିଗ୍ଧଙ୍କ ଉପରେ ପୋଲିସ ନଜର ରଖି ତଦନ୍ତ କରିଥିଲା । ତେବେ ଏଥିରେ ପୋଲିସକୁ ସଫଳତା ମିଳିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ-ରାମଲାଲ ସୁନାନୀ, ଟୁକୁ ଓରଫ୍ ପବିତ୍ର ଜାଲ୍‌, ସୁବଲ ବାଗ, ବନମାଳି ପୋଢ଼ ଓ ଅଲେଖ ପୋଢ଼ ବୋଲି ଏସଡିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ବଲାଙ୍ଗୀରରେ ପୋଲିସ୍ ଦ୍ୱାରା ୫ ଜଣିଆ ଏକ ଡକାୟତ ଦଳର ସଦସ୍ୟ ଗିରଫ, ବହୁ ସାମଗ୍ରୀ ଜବତ୍ ‌!