ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୦୦ କୁ ଟପିଲା, କଟକରେ ୫୪୯ ।


(୨୦/୯) ଆଜି ରାଜ୍ୟରେ ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଦିନକରେ ୪୩୩୦ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ କଟକର ଗୋଟିଏ ଦିନର ଆକ୍ରାନ୍ତଙ୍କ ସଂଖ୍ୟା ୫୪୯ ହୋଇଛି । ଆଜି ସର୍ବାଧିକ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାର ୬୪୪, କଟକର ୫୪୯, ପୁରୀର ୨୯୨, କନ୍ଧମାଳର ୧୭୮, ଅନୁଗୁଳର ୧୭୬, ଜଗତସିଂହପୁରର ୧୬୭, ଯାଜପୁରର ୧୫୮, ଝାରସୁଗୁଡ଼ାର ୧୫୩, ମୟୁରଭଞ୍ଜର ୧୫୨, ନବରଙ୍ଗପୁରର ୧୩୩, ସୁନ୍ଦରଗଡ଼ର ୧୨୩, ବାଲେଶ୍ୱରର ୧୨୧, କେନ୍ଦୁଝରର ୧୧୮, କେନ୍ଦ୍ରାପଡା଼ ଓ ସମ୍ବଲପୁରର ୧୦୭ ଲେଖାଏଁ, କଳାହାଣ୍ଡିର ୧୦୦ ହୋଇଥିବାବେଳେ ବରଗଡ଼ର ୯୯, ଭଦ୍ରକର ୭୪, ବଲାଙ୍ଗୀରର ୭୯, ବୌଦ୍ଧର ୪୭, ଦେବଗଡ଼ର ୧୨, ଢେଙ୍କାନାଳର ୬୭, ଗଜପତିର ୧୬, ଗଞ୍ଜାମର ୫୧, କୋରାପୁଟର ୯୪, ମାଲକାନଗିରିର ୬୩, ନୟାଗଡ଼ର ୫୩, ନୂଆପଡ଼ାର ୬୨, ରାୟଗଡ଼ାର ୮୫ ସୋନପୁରର ୨୫ ଜଣ ଚିହ୍ନଟ ହୋଇଛନ୍ତି । ୨୨୫ ଜଣ ଆକ୍ରାନ୍ତଙ୍କ ତଥ୍ୟ ଏଥିରେ ଦିଆଯାଇ ନାହିଁ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୦୦ କୁ ଟପିଲା, କଟକରେ ୫୪୯ ।