(୧୭/୯) ଆଜି ରାଜ୍ୟରେ ୪୨୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜିର ଆକ୍ରାନ୍ତଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରର ୨୫୦୨ ଜଣ ହୋଇଥିବାବେଳେ ୧୭୩୯ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ମିଳିଛି । ତେବେ ଆଜି ସର୍ବାଧିକ ଆକ୍ରାନ୍ତଙ୍କ ଭିତରେ ଖୋର୍ଦ୍ଧାର ୬୪୭, କଟକର ୩୮୯, ପୁରୀର ୨୯୧, ସୁନ୍ଦରଗଡ଼ର ୧୫୪, ଯାଜପୁରର ୧୫୦, ବରଗଡ଼ର ୧୪୯, ମହୟୁରଭଞ୍ଜର ୧୪୭, ବାଲେଶ୍ୱରର ୧୪୧, ସୋନପୁରର ୧୨୯, ଜଗତସିଂହପୁରର ୧୨୬, କନ୍ଧମାଳର ୧୧୬, କଳାହାଣ୍ଡିର ୧୧୪, ଝାରସୁଗୁଡ଼ାର ୧୧୧, ନବରଙ୍ଗପୁରର ୧୦୭,କେନ୍ଦ୍ରାପଡ଼ାର ୧୦୩ ଜଣ ହୋଇଥିବାବେଳେ ତା ତଳକୁ ଅନୁଗୁଳର ୮୪, ଭଦ୍ରକର ୭୨, ବଲାଙ୍ଗୀରର ୪୪, ବୌଦ୍ଧର ୯୪, ଦେବଗଡ଼ର ୬, ଢେଙ୍କାନାଳର ୮୬, ଗଜପତିର ୨୩, ଗଞ୍ଜାମର ୭୫, କେନ୍ଦୁଝରର ୭୭, କୋରାପୁଟର୯୮, ମାଲକାନଗିରିର ୨୮,ନୟାଗଡ଼ର ୯୪,ନୂଆପଡ଼ାର ୯୯, ରାୟଗଡ଼ାର ୬୬, ସମ୍ବଲପୁରର ୯୧ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତେବେ ୩୩୦ ଜଣ ଆକ୍ରାନ୍ତଙ୍କ ବିଷୟରେ କିଛି ସୂଚନା ଦିଆଯାଇ ନାହିଁ । ଏହା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୭,୧୬୧ ହୋଇଥିବାବେଳେ ୩୬,୫୮୦ ଜଣ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି ।
ରାଜ୍ୟରେ ଆଜି ୪୨୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ଓ ୩୬,୫୮୦ ଜଣ ଏବେ ପଜିଟିଭ୍ !
