ରାଜ୍ୟର ପ୍ରବାସୀ ଓଡ଼ିଆମାନେ ବର୍ତ୍ତମାନ ଘରକୁ ଫେରିବାକୁ ବାଟ ଚାହିଁ ରହିଥିବାବେଳେ ବାଙ୍ଗାଲୋରରୁ ଏକ ଖବର ପହଂଚିଛି । କଳାହାଣ୍ଡି ଜିଲ୍ଲାର କୋକସରା ଓ ଜୟପାଟଣା ବ୍ଲକର ପ୍ରାୟ ୪୦ ଜଣ ବାଙ୍ଗାଲୋର୍ର ଡୋଡାଧୁନସନଦ୍ରା ପୋଲିସ୍ ଷ୍ଟେସନ୍ ଅଂଚଳରେ ଥିବା ଅନୁଗଣ୍ଡାହଲି ଗ୍ରାମରେ କିଛି କାମଧନ୍ଦା ନ ପାଇ ବସି ରହିଛନ୍ତି । ସେମାନେ ସମସ୍ତେ ନିଜ ନିଜ ଘରକୁ ଫେରିବାକୁୁ ଚାହୁଁଥିବା ଜଣାଇଛନ୍ତି । ଏଥିରେ କୋକସରା ବ୍ଲକ ଅନ୍ତର୍ଗତ ଗମ୍ଭାରିଗୁଡ଼ା ଗ୍ରାମ ପଂଚାୟତର ପରମେଶ୍ୱର ବାଗ, ରାମଚନ୍ଦ୍ର ଜାଲ, ସୁଶାନ୍ତ ବାଗଙ୍କ ସମେତ ଜୟପାଟଣା ବ୍ଲକ ରୋଗେଲପାଲୀ ଗ୍ରାମ ପଂଚାୟତର ଉଭୟ ପୁରୁଷ ଓ ମହିଳା ଥିବା ଶ୍ରୀ ପରମେଶ୍ୱର ବାଗ ଜଣାଇଛନ୍ତି । ରାଜ୍ୟ ସରକାର ସେମାନଙ୍କୁ ଫେରିବାରେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ।
କଳାହାଣ୍ଡି ଜିଲ୍ଲାର ପ୍ରାୟ ୪୦ ଜଣ ଲକଡାଉନ୍ ଦିନଠୁ ବାଙ୍ଗାଲୋରରେ, ସରକାରଙ୍କୁ ସାହାଯ୍ୟ କରିବାକୁ ନିବେଦନ
