(୨୬/୮/) ଓଡ଼ିଆ ପ୍ରବାସୀ ଲଣ୍ଡନରେ ରହୁଥିଲେ ମଧ୍ୟ ଓଡିଶା ଚିନ୍ତା । ନବରଙ୍ଗପୁର ସଦର ମହକୁମା ଇଛାବତୀଗୁଡା ନିବାସୀ ବିଭୁତି ଭୂଷଣ ପଟ୍ଟନାୟକ ଦୀର୍ଘ ବର୍ଷ ହବ ଲଣ୍ଡନରେ ରହି ଆସୁଛନ୍ତି। ତାଙ୍କ ୪ ବର୍ଷର ଅଦ୍ଵିତୀ ପଟ୍ଟନାୟକ ନାମକ ଏକ ଝିଅ ଅଛି। ଝିଅ ଆଖିରେ ମୁଠାଏ ସ୍ୱପ୍ନ । ଗତ ଜୁଲାଇ ୨୦ ତାରିଖରେ ଅଦ୍ୱିତୀ ତାଙ୍କ ବାପାମାଆ ଓ ସାଙ୍ଗସାଥି ଗହଣରେ ଲଣ୍ଡନରେ ପାଳନ କରିଥିଲେ ନିଜ ଜନ୍ମଦିନ, ଏବଂ ଜନ୍ମଦିନରେ ଯାହା ଅର୍ଥ ଉପହାର ଆକାରରେ ପାଇଥିଲେ ତାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଅଦ୍ଵିତୀଙ୍କ ଇଚ୍ଛା ଅନୁଯାୟୀ ଅଦ୍ଵିତୀଙ୍କ ଜେଜେବାପା ନିରଞ୍ଜନ ପଟନାୟକ ଦାଦା କାହ୍ନୁ ଚରଣ ପଟ୍ଟନାୟକ ଆଜି ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କ ଜରିଆରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ୨୧୦୦୦/- ଟଙ୍କା ପ୍ରଦାନ କରିଥିଲେ । ଏହି ସମୟରେ ଲଣ୍ଡନରେ ରହୁଥିବା ଅଦ୍ଵିତୀଙ୍କ ସହିତ ଜିଲ୍ଲାପାଳ ଡ଼ଃ ମିଶ୍ର ଫୋନ ଯୋଗେ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଶୁଭ ଆଶିଷ କାମନା କରିଥିଲେ ।ଏହି ଖବର ପ୍ରଚାର ହେବା ପରେ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବାକୁ ଲୋକଙ୍କ ମନରେ ଉତ୍ସାହ ଦେଖା ଦେଇଛି। (ରିପୋର୍ଟ-ବାବୁଲି ଗଣ୍ଡ)
୪ ବର୍ଷର ଓଡ଼ିଆ ଝିଅକୁ ଓଡ଼ିଶା ଚିନ୍ତା, ଲଣ୍ଡନରୁ ପଠେଇଲେ ମୁଖ୍ୟମନ୍ତ୍ରୀଙ୍କୁ ସହାୟତା।
