(୨୮/୮) ଗତକାଲି ରାଜ୍ୟରେ ୩୩୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ତା ପୂର୍ବଦିନ ୩୩୭୧ ଜଣ ଚିହ୍ନଟ ହୋଇଥିଲେ ଓ ଆଜି ୩୬୮୨ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଆଜି ୮ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷର ଦିଆଯାଇଥିବା ଆଜିର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରେ ୭୭୫, ରାୟଗଡ଼ାରେ ୪୯୫, କଟକରେ ୩୬୯, ମୟୁରଭଞ୍ଜରେ ୨୭୨, ଗଞ୍ଜାମରେ ୧୭୪, ବରଗଡ଼ରେ ୧୫୨, କୋରାପୁଟରେ ୧୪୦, ସମ୍ବଲପୁରରେ ୧୨୮, ପୁରୀରେ ୧୧୫, ନୟାଗଡ଼ରେ ୧୦୯ ଜଣ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରେ ୫୬, ବାଲେଶ୍ୱରରେ ୮୭, ଭଦ୍ରକରେ ୫୧, ବଲାଙ୍ଗୀରରେ ୬୮, ବୌଦ୍ଧରେ ୧୪, ଦେବଗଡ଼ରେ ୧୨, ଢେଙ୍କାନାଳରେ ୬୧, ଗଜପତିରେ ୪୮, ଜଗତସିଂହପୁରରେ ୪୪, ଯାଜପୁରରେ ୮୮, ଝାରସୁଗୁଡ଼ାରେ ୪୩, କଳାହାଣ୍ଡିରେ ୪୧, କନ୍ଧମାଳରେ ୩୬, କେନ୍ଦ୍ରାପଡ଼ାରେ ୪୪, କେନ୍ଦୁଝରରେ ୫୯, ମାଲକାନଗିରିରେ ୮୬, ନବରଙ୍ଗପୁରରେ ୩୮, ନୂଆପଡ଼ାରେ ୨୩, ସୁନ୍ଦରଗଡ଼ରେ ୨୭ ଓ ସୋନପୁରରେ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪୬୬୮ କୁ ବୃଦ୍ଧି ପାଇଥିବାବେଳେ ଏବେ ମଧ୍ୟ ୨୮୮୩୬ ଜଣ ଚିକିତ୍ସାଧୀନ ଅଛନ୍ତି ।
ରାଜ୍ୟରେ ଆଜି ୩୬୮୨ କରୋନା ଆକ୍ରାନ୍ତ ଚିହ୍ନଟ, ଲଗାତାର ୩ ଦିନ ହେଲା ରେକର୍ଡ଼ ଭାଙ୍ଗି ଚାଲିଛି କରୋନା !
