(୧୫/୯) ଆଜି ରାଜ୍ୟରେ ୩୬୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ସର୍ବାଧିକ ଆକ୍ରାନ୍ତଙ୍କ ଭିତରେ ଖୋର୍ଦ୍ଧାର ୫୧୭, କଟକର ୩୫୭, ପୁରୀର ୨୪୬, ବରଗଡ଼ର ୧୫୭, ବାଲେଶ୍ୱରର ୧୫୬, ଭଦ୍ରକର ୧୪୩, ମୟୁରଭଞ୍ର ୧୩୭, ସମ୍ବଲପୁରର ୧୨୭, ଯାଜପୁରର ୧୧୬ ହୋଇଥିବାବେଳେ ତା ତଳକୁ ଅନୁଗୁଳ ଓ ବଲାଙ୍ଗୀରର ୩୯ ଲେଖାଏଁ, ବୌଦ୍ଧର ୩୦, ଦେବଗଡ଼ର ୧୫, ଗଜପତିର ୯, ଢେଙ୍କାନାଳର ୬୮, ଗଞ୍ଜାମର ୪୬, ଜଗତସିଂହପୁର, କୋରାପୁଟ ଓ କନ୍ଧମାଳର ୯୫ ଲେଖାଏଁ, ଝାରସୁଗୁଡ଼ାର ୯୧, କଳାହାଣ୍ଡିର ୭୯, କେନ୍ଦ୍ରାପାଡ଼ାର ୭୫, କେନ୍ଦୁଝରର ୫୬, ମାଲକାନଗିରିର ୩୩, ନବରଙ୍ଗପୁର ଓ ନୂଆପଡ଼ାର ୯୦ ଲେଖାଏଁ, ନୟାଗଡ଼ର ୩୮, ରାୟଗଡ଼ାର ୭୯, ସୋନପୁରର ୯୯ ଓ ସୁ୍ନ୍ଦରଗଡ଼ର ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ୩୪୪ ଜଣଙ୍କ ବିଷୟରେ ସରକାର ତଥ୍ୟ ଦେଇ ନାହାନ୍ତି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮,୬୫୦ ହୋଇଥିବାବେଳେ ୩୫,୯୨୮ ଜଣ ଏବେ ବି ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ତେବେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ୮ ଜଣ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ଦେଶରେ ଆଜି ୮.୮୦୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୦୫୪ ଜଣ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି ।
ଆଜି ରାଜ୍ୟରେ ୩୬୪୫ ଜଣ ଓ ଦେଶରେ ୮୩,୮୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।
