(୨୬/୮) ୨୦୧୮-୧୯ ତୁଳନାରେ ୨୦୧୯-୨୦ ରେ ବ୍ୟାଙ୍କ ଠକେଇ ଦୁଇଗୁଣରୁ ବି ଅଧିକ ହୋଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟରେ ଜାଣିବାକୁ ମିଳିଛି । ୭୧,୫୪୩ କୋଟି ଟଙ୍କାରୁ ବୃଦ୍ଧି ପାଇ ୧.୮୫ ଟ୍ରିଲିଅନ ଟଙ୍କାର ବ୍ୟାଙ୍କ ଠକେଇ ହୋଇଗଲାଣି ଯାହାକୁ ୧୫୯% ଅଧିକ । ଠକେଇ ହୋଇଥିବା ଅର୍ଥ ଭିତରୁ ୮୦% ଅର୍ଥ ସରକାରଙ୍କଦ୍ୱାରା ପରିଚାଳିତ ବ୍ୟାଙ୍କମାନଙ୍କରେ ହୋଇଥିବା ଜଣାପଡ଼ିଛି । ରିଜର୍ଭବ୍ୟାଙ୍କର ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ, ୨୦୧୯-୨୦ ରେ ୨୦୦୦ ଟଙ୍କିଆ ନୋଟ ଛପାଯାଇ ନଥିଲା ଓ ଏହି ମୂଲ୍ୟର ନୋଟର ବ୍ୟବହାର କମ୍ ହୋଇଛି । ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ, ୨୦୧୮ ର ଶେଷ ଆଡ଼କୁ ବଜାରରେ ଉପଲବ୍ଧ ଥିବା ୩୩,୬୩୨ ଲକ୍ଷ ୨୦୦୦ ଟଙ୍କିଆ ନୋଟ ମାର୍ଚ୍ଚ ୨୦୧୯ ରେ ଶେଷ ଆଡ଼କୁ ୩୨,୯୧୦ ଲକ୍ଷ ରହିଥିଲା ଓ ପୁଣି ମାର୍ଚ୍ଚ ୨୦୨୦ ରେ ଶେଷ ଆଡ଼କୁ ତାହା କମି ୨୭,୩୯୮ ଲକ୍ଷରେ ପହଂଚି ଯାଇଥିଲା ।
ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟ ଅନୁସାରେ ୨୦୧୯-୨୦ ରେ ୧୫୯% ବ୍ୟାଙ୍କ ଠକେଇ ବୃଦ୍ଧି ପାଇଛି
