(୦୮/୯) ଦିନକୁ ଦିନ କରୋନା ସ୍ଥିତି ଉଭୟ ରାଜ୍ୟ ଓ ଦେଶରେ ସଙ୍ଗୀନ ଆଡ଼କୁ ଗତି କରିବାରେ ଲାଗିଛି । ଗତକାଲି ରାଜ୍ୟରେ ରେକର୍ଡ଼ ସଂଖ୍ୟକ ୩୮୬୧ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଆଜି ୩୪୯୦ ଜଣଙ୍କୁ ଚିହ୍ନଟ କରା୍ଯାଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦେଇଥିବାବେଳେ ତେବେ ରାଜ୍ୟରେ ୧୩ ଜଣ ମୃତ୍ୟୁ ବରଣ କରିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଆଜିର ସର୍ବାଧିକ ଆକ୍ରାନ୍ତଙ୍କ ଭିତରେ ଖୋର୍ଦ୍ଧାର ୫୩୫, କଟକର ୩୭୬, ପୁରୀର ୨୧୭, ମୟୁରଭଞ୍ଜର ୨୦୭, ରାୟଗଡ଼ାର ୨୦୬, ଯାଜପୁରର ୧୭୮, ବଲାଙ୍ଗୀରର ୧୧୦, ସୋନପୁରର ୧୦୭, ଝାରସୁଗୁଡ଼ାର ୧୦୩ ଓ ନୂଆପଡ଼ା ଜିଲ୍ଲାର ୧୦୨ ଜଣ ଥିବାବେଳେ ଅନୁଗୁଳର ୩୮, ବାଲେଶ୍ୱରର ୯୨, ବରଗଡ଼ର ୮୧, ଭଦ୍ରକର ୮୯, ବୌଦ୍ଧର ୨୫, ଦେବଗଡ଼ର ୨୭, ଢେଙ୍କାନାଳର ୮୧, ଗଜପତିର ୫୩, ଗଞ୍ଜାମର ୬୯, ଜଗତସିଂହପୁରର ୯୧, କଳାହାଣ୍ଡିର ୩୯, କନ୍ଧମାଳର ୮୪, କେନ୍ଦ୍ରାପଡ଼ାର ୮୫, କେନ୍ଦୁଝରର ୫୫, କୋରାପୁଟର ୯୩, ମାଲକାନଗିରିର ୨୨, ନବରଙ୍ଗପୁରର ୪୦, ନୟାଗଡ଼ର ୩୪, ସମ୍ବଲପୁରର ୮୫, ସୁନ୍ଦରଗଡ଼ର ୬୪ ଜଣ ଆକ୍ରାନ୍ତ ରହିଛନ୍ତି । ତେବେ ରାଜ୍ୟର ଆହୁରି ୧୦୨ ଜଣ ଚିହ୍ନଟ ହୋଇଥିବା ସୂଚନା ଦେଇଥିଲେ ବି କେଉଁ ଅଂଚଳରୁ ସେମାନଙ୍କୁ ଚିହ୍ନଟ କରାଯାଇଛି, ଏଥିରେ କୌଣସି ସୂଚନା ଦିଆଯାଇ ନାହିଁ । ରାଜ୍ୟରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୧,୩୮୨ ହୋଇଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୬୯ ହୋଇଛି । ତେବେ ଦେଶରେ ଗତ ୨୪ ଘଣ୍ଟା ଭିତରେ ୭୫୮୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୧୩୩ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହା ସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨,୮୦,୪୪୨ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୭୨,୭୭୫ ରେ ପହଂଚିଥିବା ସୂଚନା ମିଳିଛି । ଜୁଲାଇ ୬ ରେ ଭାରତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବିଶ୍ୱରେ ତୃତୀୟ ସ୍ଥାନରେ ଥିବାବେଳେ ଠିକ ଏବେ ଦୁଇ ମାସ ପରେ ସେ ବ୍ରାଜିଲକୁ ପଛରେ ପକାଇ ଏବେ ଦ୍ୱିତୀୟ ସ୍ଥାନରେ ରହିଛି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୧,୩୮୨ ଓ ଦେଶରେ ୪୨,୮୦,୪୪୨ ହେଲା !
