-ସୁଜିତ୍ କୁମାର ସତପଥି
ପକ୍ଷୀଟି ଉଡାଣ ଚାହୁଁଛି
ଉଡାଣ ମାନେ ଉଡାଣ ହିଁ ଚାହୁଁଛି
ଉଡାଣ ଛଡା ଅନ୍ୟ କିଛି କତ୍ତବ୍ୟ ନାହିଁ ତାର
ଉଡାଣକୁ ନେଇ
କିଏ ଗାଈପାରେ ଗୀତ, କିଏ ଲେଖିପାରେ କବିତା
କିଏ ଆଂକିପାରେ ଚିତ୍ର, କିଏ ଗଢିପାରେ ମୂର୍ତ୍ତି
କିଏ ଦେଇପାରେ ଭାଷଣ, ହେଲେ ପକ୍ଷୀ ଉଡାଣକୁ ନେଇ
ସ୍ୱପ୍ନ ହିଁ ଦେଖେ, ପର ହିଁ ସଜାଡେ
ତୟାର କରେ ତାର ସମାହିତ ବଫୁ
ଉଡାଣ କାହାପାଇିଁ ମିଛ ହୋଇପାରେ
କାହାପାଇଁ ସତ ହୋଇପାରେ
ତ କାହାପାଇଁ ଅଧାସତ ଅଧାମିଛର
ଅଭିନୟ ହୋଇପାରେ
ହେଲେ ପକ୍ଷୀ ପାଇଁ, ଉଡାଣ ହିଁ ବଂଚିବା
ଉଡାଣ ହିଁ ସ୍ୱପ୍ନ ଦେଖିବା
ଆମେ ଯିଏ ଆମର
ନିର୍ବୋଧ ହାତରେ କାଟୁ ସେ ଡେଣା
ଅନଭିଜ୍ଞ ଆଖିରେ ସ୍ୱପ୍ନ ରଚୁ
ପକ୍ଷୀର ଆଗାମୀ କାଲି ପାଇଁ
ନିଜର ସୀମିତତାରେ ଅଭ୍ୟସ୍ତ
ଆମେ ଯିଏ ଦେଖୁ, ପଞ୍ଜୁରୀରେ ପକ୍ଷୀର ସୁଖ
ଜାଣିନୁ ଯେ ପକ୍ଷୀ ବିନା ଡେଣାରେ ବି
କରିପାରେ ଉଡାଣ ବିନ୍ଦାସ ଆକାଶରେ
ଉଡାଣ ଏକ ଅଭ୍ୟାସ ନୁହଁ
ଉଡାଣ ଏକ କ୍ରିୟା କି ପ୍ରତିକ୍ରିୟା ନୁହଁ
ଉଡାଣ ଏକ ଆହ୍ୱାନ, ଉଡାଣ ଏକ ମାନସିକତା
ପକ୍ଷୀକୁ ଯେଉଁଠି ବି ରଖାଯାଉ
ଶିକୁଳିରେ, ପିଂଜରାରେ
ହୃଦୟରେ କି, ଅଭିମନ୍ତ୍ରିତ ସୀମାରେଖା ଭିତରେ
ସେ ଉଡିବ ହିଁ ଉଡିବ
ନିଶ୍ଚିତ ଉଡିବ ସମୟକୁ ଧରି
ଯେହେତୁ
ପକ୍ଷୀମାନେ ହିଁ ଉଡାଣ
ଉଡାଣ ମାନେ ହିଁ ପକ୍ଷୀ
ବାଗାଶ୍ରୀତା, ସାଲେଭଟା
ବଲାଙ୍ଗୀର-୨୧
ମୋ-୯୫୫୬୭୧୧୨୭୨