କରୋନା ମୁକାବିଲା ପାଇଁ ବଲାଙ୍ଗୀର ସେଣ୍ଟ୍ରାଲ ଚର୍ଚ୍ଚ ଦେଲା ଏକ ଲକ୍ଷ

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅର୍ଥଦାନ କରାଯାଉଥିବାବେଳେ ବଲାଙ୍ଗୀରର ‘ସେଣ୍ଟ୍ରାଲ ଚର୍ଚ୍ଚ’ ମଧ୍ୟ ଏଥିରେ ଆପଣାକୁ ସଂପୃକ୍ତ କରିଛି । ଇତିମଧ୍ୟରେ ଚର୍ଚ୍ଚ ପକ୍ଷରୁ ଏକ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ସହାୟତା ରାଶିକୁ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି ଗ୍ରହଣ କରିଥିବାବେଳେ ଚର୍ଚ୍ଚର ପଦାଧିକାରୀମାନେ ଉପସ୍ଥିତ ଥିଲେ । ଏଥିରେ ସେଣ୍ଟ୍ରାଲ ଚର୍ଚ୍ଚ ପକ୍ଷରୁ ଉପସଭାପତି ଆଚାର୍ଯ୍ୟ ଶୁଭାକର ନନ୍ଦ, ସମ୍ପାଦକ ପ୍ରଦୀପ ତାଣ୍ଡି, କୋଷାଧ୍ୟକ୍ଷ ସୁଧୀର ନାୟକ, ବରିଷ୍ଠ ସଦସ୍ୟ ଗିରିଶ କୁମାର ନାଗ ଓ ସ୍ଥାନୀୟ ଡେପୁଟି କଲେକ୍ଟର ସଚ୍ଚିଦାନନ୍ଦ ହନୁମାନ ଉପସ୍ଥିତ ଥିଲେ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing କରୋନା ମୁକାବିଲା ପାଇଁ ବଲାଙ୍ଗୀର ସେଣ୍ଟ୍ରାଲ ଚର୍ଚ୍ଚ ଦେଲା ଏକ ଲକ୍ଷ