-ଜୟଶ୍ରୀ ସାହୁ, ବରଗଡ଼
ତେଜରାତି ଦୁକାନ ଆଘେଁ ୨, ୨ ମିଟର ଛାଡି ଆଗ,ପଛ ଡେବରି, ଭୁଜନି ହେଇକରି ୬ଟା ଗୋଲ କଟା ହେଇଛେ । କିନ୍ତୁ ୩ ଲୋକ ଏକା ସାଂଗେ ସାମାନ ଘିନୁଛନ୍ । ମୁଇଁ ଠିଆହେଲି ଗୁଟେ ଗୋଲ ଭିତରେ ।ଆର୍ କିଏ ଜନେ ଭିଲ ଆର ଗୁଟେ ଗୋଲ ଭିତରେ ଠିଆ ହେଲେ ।ଦେଖଲିଁ ଆମେ ଦୁଇ ଝନ ଖାଲି ଠିଆ ହେଇଛୁଁ ଗୋଲ ଭିତରେ , ବାକି ସଭେ ସିଧା ପୁହୁଁଚି ଯାଉଛନ୍ କାଉଣ୍ଟର ନିକେ ଆର୍ ଚିନି କେଜେ , ରାହାଡି ଦାଏଲ୍ ଅଧା, ଥିନ ଆରାରୁଟ ବିସ୍କୁଟ....... ଏନ୍ତା ବରଗି ବସୁଛନ୍ । ଲଖପତି ଦାଦା ଆଏଲେ, ମତେ ନାଇଁ ଦେଖଲା ବାଗିର ସିଧା ଦୁକାନର ମୁହେଁ ହାଜର । ମୁଇଁ ପଛଆଡୁଁ ରଡଲିଁ \" ଦାଦା ଜୁହାର \" ।
ଭଲେ ଥା ନୁନି । ମୁହୁଁଟା ଖାପି ନେଇଛୁ ତ, ହେଥିର ଲାଗି ଚିନ୍ହି ନାଇଁ ପାରଲି ।
ଯେ ? ମୁଇଁ ତମରନୁ ଆଘୋ ଆଇଛେଁ । ଡେଗି କରି କେନ୍ତା ପଲଉଛ ? ଇ ଲକ୍ଷ୍ମଣ ରେଖା କାଣା ଚାଁଟି , ମକରାମାନକର ଲାଗି କଟା ହେଇଛେ ?
ଦାଦାର ସାଂଗେ ଦୁକାନିର ମୁହଁ ଭିଲ ଆମ୍ବିଲ ହେଇଗଲା । ନାଇଁ ମାନବାର ଆଗ୍ୟାଁ, କେତେ ଥର, କେତେ ଲୁକକୁଁ ମନା କରବେ ? ହଉ ମାଡାମ କହୁନ କାଣା ନେବେ ? ଦୁକାନି ମତେ କହେଲା ।
ନୁନିକେ ପଛେ ଦେବ ହୋ ! ମତେ ଆଘୋ ବଟ ତ । ରାମାୟଣ ଟା ମିସ୍ ହେଇଯିବା ।
ଆଘୋ ଯିବ କାଣା । ଇହାଦେ ବହୁକେ ଫୋନ ଲଗଉଛେଁ ତମକୁ ୧୪ ଦିନତକ ଅଲଗା ରଖବେ । କିଏ ଜାନିଛେ, ଆର୍ କେନ୍ କେନ୍କେ ଯାଇଥିବ ଯେ । ସବୁନୁ ଲେଠେଇ , ଘେଁସରେଇ ହେଇକରି ଘରକେ ଯାଇ କରି ବେମାରୀ ର ବିହନ ବୁନବ , ନାଇଁ ? ଇଥିର ଲାଗି ସରକାର ଛୁଟି ଦେଇଛେ ?
ମାରି ନେଲା ରେ ବୁଆ । ତୋର ବହୁ ସତକେ ସତ ମତେ ଢୁକି ନାଇଁଦିଏ, ନୁନି ! ଆଝିର ଯେ ରାମ ସୀତାର ବିହାଘର ଅଛେ !