ଲୋଇସିଂହା ଥାନା ଅଂଚଳରେ ରନ୍ଧାମଦ ଜବତ୍

ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅଂଚଳରେ ୧୦୦ ଲିଟର ରନ୍ଧା ମଦ ଜବତ ହୋଇଥିବା ଜଣାପଡ଼ିଛି । ଥାନାର ଭାରପ୍ରାପ୍ତ ଥାନାଧିକାରୀ ତଥା ଡିଏସ୍‌ପି ଭାବେ ତାଲିମ ନେଉଥିବା ସୁମନ ସିଂ ଏହି ଚଢ଼ାଉ କାର୍ଯ୍ୟର ନେତୃତ୍ୱ ନେଇଥିଲେ । ଏହି କାର୍ଯ୍ୟରେ ଥାନାର ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଲିଲିମା ଲାକ୍ରା ଉପସ୍ଥିତ ଥିଲେ । ଅଳ୍ପ ଦିନ ପୂର୍ବରୁ ମଧ୍ୟ ଥାନା ଅଂଚଳର ଅନ୍ୟ ଏକ ସ୍ଥାନରୁ ବିପୁଳ ପରିମାଣରେ ମଦ ଜବତ ହୋଇଥିବା ଜଣାପଡ଼ିଛି । ଜିଲ୍ଲାରେ ଅବାଧ ମଦ ବିକ୍ରି ରୋକିବାକୁ କଠୋର କାର୍ଯ୍ୟାନୁଷ୍ଥାନ ନିଆଯିବ ବୋଲି ଏସ୍‌ପି ଜଣାଇଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଲୋଇସିଂହା ଥାନା ଅଂଚଳରେ ରନ୍ଧାମଦ ଜବତ୍