ଏକ ଜାତୀୟ ସ୍ତରର ଟେଲିଭିଜନ୍ ଚେନାଲ ରିପବଲିକ୍ ର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ କଂଗ୍ରେସର ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଆପତ୍ତିଜନକ ଶଦ୍ଦ ପ୍ରୟୋଗ କରିବା ସହ ବିଭ୍ିନ୍ନ ବର୍ଗ ମଧ୍ୟରେ ବିଦ୍ୱେଶ ଭାଗ ସୃଷ୍ଟି କରିବାକୁ ଉସୁକାଇଲା ଭଳି ମନ୍ତବ୍ୟ ଦେଇ ଥିବାରୁ ଏହାକୁ ବିଭିନ୍ନ ଦଳ ପକ୍ଷରୁ ନିନ୍ଦା କରାଯିବା ସହ ତାଙ୍କ ବିରୁଦ୍ଧରେ କଂଗ୍ରେସ ଦଳ ପକ୍ଷରୁ ଦେଶର ବିଭିନ୍ନ ଥାନାରେ ଏତଲା ଦିଆଯାଇଛି । ରାଜ୍ୟର ନେତାମାନଙ୍କ ମଧ୍ୟରେ ପୂର୍ବତନ ବିରୋଧୀ ଦଳ ନେତା ତଥା ବିଧାୟକ ନରସିଂହ ମିଶ୍ର, ରାଜ୍ୟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏତଲା ଦେଇଛନ୍ତି । ଏହା ସହ ଛତିଶଗଡ଼ର ରାଜଧାନୀ ରାୟପୁରରେ ପ୍ରଦେଶ ଅଧ୍ୟକ୍ଷ ମୋହନ ମରକାମ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ୍ ସିଂଦେଓ ସେଠାରେ ଏତଲା ଦେଇଛନ୍ତି ।
କଂଗ୍ରେସ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଆପତ୍ତିଜନକ ଶଦ୍ଦ : ବିଭିନ୍ନ ଥାନାରେ ଏତଲା
