ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅଂଚଳରେ ୧୦୦ ଲିଟର ରନ୍ଧା ମଦ ଜବତ ହୋଇଥିବା ଜଣାପଡ଼ିଛି । ଥାନାର ଭାରପ୍ରାପ୍ତ ଥାନାଧିକାରୀ ତଥା ଡିଏସ୍ପି ଭାବେ ତାଲିମ ନେଉଥିବା ସୁମନ ସିଂ ଏହି ଚଢ଼ାଉ କାର୍ଯ୍ୟର ନେତୃତ୍ୱ ନେଇଥିଲେ । ଏହି କାର୍ଯ୍ୟରେ ଥାନାର ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଲିଲିମା ଲାକ୍ରା ଉପସ୍ଥିତ ଥିଲେ । ଅଳ୍ପ ଦିନ ପୂର୍ବରୁ ମଧ୍ୟ ଥାନା ଅଂଚଳର ଅନ୍ୟ ଏକ ସ୍ଥାନରୁ ବିପୁଳ ପରିମାଣରେ ମଦ ଜବତ ହୋଇଥିବା ଜଣାପଡ଼ିଛି । ଜିଲ୍ଲାରେ ଅବାଧ ମଦ ବିକ୍ରି ରୋକିବାକୁ କଠୋର କାର୍ଯ୍ୟାନୁଷ୍ଥାନ ନିଆଯିବ ବୋଲି ଏସ୍ପି ଜଣାଇଛନ୍ତି ।
ଲୋଇସିଂହା ଥାନା ଅଂଚଳରେ ରନ୍ଧାମଦ ଜବତ୍
